naisadi Logo
ରାକ୍ଷୀପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ପଞ୍ଚକ ମଧ୍ୟ ଲାଗୁଛି । ଅଗଷ୍ଟ 19 ଦିନ ସନ୍ଧ୍ୟା 7 ଟାରୁ ପରଦିନ ସକାଳ 5.53 ମିନିଟ ପର୍ଯ୍ୟନ୍ତ ପଞ୍ଚକ ଅଛି । ସୋମବାର ଦିନ ଏହା ପଡୁଥିବାରୁ ଏହା ରାଜ ପଞ୍ଚକ ହେବ ଏବଂ ଏହା ଅଶୁଭ ବୋଲି ଧରାଯିବ ନାହିଁ ।

ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଏ । ଏହା ଅଗଷ୍ଟ ମାସରେ ପଡ଼େ । ରାକ୍ଷୀପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭକାମନା କରିଥାନ୍ତି ଓ ଭାଇ ମଧ୍ୟ ଭଉଣୀର ସୁରକ୍ଷା କବଚ ହୋଇ ରହିବା ପାଇଁ କଥା ଦେଇଥାଏ। ଏହି ଦିନ, ଭାଇମାନେ ଭଉଣୀମାନଙ୍କୁ ଉପହାର ଦେଇଥାନ୍ତି ।

ରାକ୍ଷୀପୂର୍ଣ୍ଣିମା ତିଥି: ଚଳିତ ବର୍ଷ, ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ 19 ତାରିଖ ସୋମବାର ଭୋର 3:04 ଟାରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହୋଇ ସେହି ଦିନ ରାତି 11:55 ରେ ଶେଷ ହେବ । ଚଳିତ ବର୍ଷ ଅଗଷ୍ଟ 19, ସୋମବାର ଦିନ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ ।


ରାକ୍ଷୀପୂର୍ଣ୍ଣିମା ଦିନ ଭଦ୍ରାଙ୍କ ଛାୟା...

ଚଳିତ ବର୍ଷ, ରାକ୍ଷୀପୂର୍ଣ୍ଣିମା ଦିନ ଭଦ୍ରାଙ୍କ ଛାୟା ରହିଛି । ଭଦ୍ରା କାଳ ଅଗଷ୍ଟ 19 ତାରିଖ ସକାଳ 5:53 ରେ ଆରମ୍ଭ ହୋଇ ରାତି 1:32 ପର୍ଯ୍ୟନ୍ତ ଚାଲିବ।  

ରାକ୍ଷୀପୂର୍ଣ୍ଣିମାରେ ପଞ୍ଚକ: ରାକ୍ଷୀପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ପଞ୍ଚକ ମଧ୍ୟ ଲାଗୁଛି । ଅଗଷ୍ଟ 19 ଦିନ ସନ୍ଧ୍ୟା 7 ଟାରୁ ପରଦିନ ସକାଳ 5.53 ମିନିଟ ପର୍ଯ୍ୟନ୍ତ ପଞ୍ଚକ ଅଛି । ସୋମବାର ଦିନ ଏହା ପଡୁଥିବାରୁ ଏହା ରାଜ ପଞ୍ଚକ ହେବ ଏବଂ ଏହା ଅଶୁଭ ବୋଲି ଧରାଯିବ ନାହିଁ ।

ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ: ଅଗଷ୍ଟ 19ରେ ରାକ୍ଷୀପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବାର ଶୁଭ ସମୟ- ଅପରାହ୍ଣ 1:30 ରୁ ରାତି 9:08 ମିନିଟ ପର୍ଯ୍ୟନ୍ତ ରହିଛି ।

ରାକ୍ଷୀପୂର୍ଣ୍ଣିମାରେ ଶୁଭ ଯୋଗ.. 
ପୁରା ଦିନ ଶୋଭନ ଯୋଗ 

ସର୍ବାର୍ଥ ସିଦ୍ଧି ଯୋଗ ପ୍ରାପ୍ତ- 5 ଟା 53 ମିନିଟରୁ 8 ଟା 10 ମିନିଟ ପର୍ଯ୍ୟନ୍ତ 

ରବି ଯୋଗ ପ୍ରାପ୍ତ- 5 ଟା 53 ମିନିଟରୁ 8 ଟା 10 ମିନିଟ ପର୍ଯ୍ୟନ୍ତ

5379487