ପ୍ରତ୍ୟେକ ଜୀବନ୍ତ ବ୍ୟକ୍ତି ତାଙ୍କ ଜୀବନ କାଳରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାନ୍ତି । ସବୁ ସ୍ୱପ୍ନର କିଛି ନା କିଛି ବିଶେଷ
ମହତ୍ତ୍ୱ ରହିଛି । ପ୍ରତ୍ୟେକ ସ୍ୱପ୍ନ ପଛରେ ଅଶୁଭ ଓ ଶୁଭ କାରଣ ରହିଛି । ଯାହାକି ସ୍ୱପ୍ନ ଶାସ୍ତ୍ର ଭାବେ ଜଣାଶୁଣା । ଏପରି
କିଛି ସ୍ୱପ୍ନ ଅଛି ଯାହା ଭଗବାନ ମହାଦେବଙ୍କ ସହିତ ଜଡିତ । ଆମେ ଆପଣଙ୍କୁ ଭଗବାନ ଶିବଙ୍କ ସହ ଜଡିତ କିଛି ସ୍ୱପ୍ନ ବିଷୟରେ
ଏଠାରେ କହୁଛ । ହୁଏତ ଏହା ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ ।
ସ୍ୱପ୍ନରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ଦେଖିବାର ଅର୍ଥ...
ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତିକୁ ଦେଖିବା ଅର୍ଥ- ଜୀବନରେ ଆର୍ଥିକ କ୍ଷେତ୍ରରେ ସମୃଦ୍ଧି
ହେବାକୁ ଯାଉଛି ।
ସ୍ୱପ୍ନରେ ଶିବ-ପାର୍ବତୀଙ୍କୁ ଦେଖିବାର ଅର୍ଥ...
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସ୍ୱପ୍ନରେ ଦେଖିବା ଅର୍ଥ- ଜୀବନର ସମସ୍ୟା ଦୂର ହେବାକୁ
ଯାଉଛି ।
ସ୍ୱପ୍ନରେ ଶିବ ମନ୍ଦିର ଦେଖିବା ଅର୍ଥ...
ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଶିବ ମନ୍ଦିର ଦେଖିବା ଅର୍ଥ- ଜୀବନରେ ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂର ହେବାକୁ ଯାଉଛି ।
ସ୍ୱପ୍ନରେ ଶିବଲିଙ୍ଗ ଦେଖିବା ଅର୍ଥ...
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଶିବଲିଙ୍ଗଙ୍କୁ ଦେଖିବାର ଅର୍ଥ- କ୍ୟାରିୟରରେ ସଫଳତା ପାଇବାକୁ ଯାଉଛନ୍ତି ।
ସ୍ୱପ୍ନରେ ତ୍ରିଶୁଳ ଦେଖିବା ଅର୍ଥ...
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଏକ ତ୍ରିଶୁଳ ଦେଖିବା ଅର୍ଥ- ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ସୁଖ ଆସିବ ।
ବି.ଦ୍ର.- ଏହି ତଥ୍ୟ କେବଳ ଲୋକକଥା ଉପରେ ଆଧାରିତ ।