naisadi Logo
ଭୁବନେଶ୍ୱର ସ୍ଥିତ ବିଜେଡିର ମୁଖ୍ୟାଳୟ-ଶଙ୍ଖ ଭବନ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେଥିରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା' ଉପରେ ବିଲଡିଂ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ସ୍ଥିତ ବିଜେଡିର ମୁଖ୍ୟାଳୟ-ଶଙ୍ଖ ଭବନ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେଥିରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା' ଉପରେ ବିଲଡିଂ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଆଗରେ ରହିଛି। ପ୍ରଥମ ପର୍ଯ୍ୟାୟ କଟ୍ ଅଫରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି। ବିଜ୍ଞାନରେ ୯୧.୫୦, କଳାରେ ୭୫.୧୭ ପ୍ରତିଶତ ଓ ବାଣିଜ୍ୟରେ ୭୭% କଟ୍ ଅଫ୍ ମାର୍କ ରହିଛି ।

NTA ପକ୍ଷରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ NEET-UG ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତବର୍ଷ ଜୁନ ୪ ତାରିଖ ଦିନ NEET ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ବଦଳିଛି । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରଖିଛି ରାଜ୍ୟ କ୍ରୀଡା ବିଭାଗ ।

ପିଏମ ପୋଷଣ ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ତିଥି ଭୋଜନ। ୧୦୦ ଦିନ ଭିତରେ ଅତି କମରେ ଥରେ ବିଭିନ୍ନ ସିଭିଲ ସୋସାଇଟି ପକ୍ଷରୁ ପିଲାଙ୍କୁ ସ୍ୱାସ୍ଥ୍ୟକର ଓ ପୃଷ୍ଟିକର ଖାଦ୍ୟ ଦିଆଯାଇପାରିବ।

ବଦଳିଲା ନାକ୍‌ ମାନ୍ୟତା ନିୟମ, ଆଉ ରହିବନି ଗ୍ରେଡେସନ । ନାକ୍‌ ଅଧ୍ୟକ୍ଷ ଅନୀଲ ଡି. ସହସ୍ରବୁଧେ ଏନେଇ ସୂଚନା ଦେଇଛନ୍ତି । ଏଣିକି ସ୍ବୀକୃତ ଓ ଅଣସ୍ବୀକୃତ ଆକ୍ରିଡେସନକୁ ମାନ୍ୟତା ମିଳିବ।

ଗୁଜୁରାଟର ଭଦୋଦରାଠାରେ ଏକ ଘରୋଇ ବିଦ୍ୟାଳୟର କାନ୍ଥ ଭୁଶୁଡ଼ି ୬ ଜଣ ପିଲା ଆହତ ହୋଇଛନ୍ତି । ମଧ୍ୟାହ୍ନ ଭୋଜନ ବିରତି ବେଳେ ହିଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ଆଇଏଏସ୍ ପୂଜା ଖେଡ଼କରଙ୍କ ବିବାଦ ଭିତରେ UPSC ଚେୟାରମ୍ୟାନ୍ ମନୋଜ ସୋନି ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ।

5379487