ମା ଓ ପିଲାଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠୁ ଖାସ । ପ୍ରକୃତରେ, ବାପାମା' ନିଜ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ସେତେବେଳେ ବାପାମା'ଙ୍କ ଦାୟିତ୍ୱ କଥା ଆସେ, କିଛି ଶିକ୍ଷଣୀୟ ଜିନିଷ କଥା ଉଠେ । ଯେପରିକି ମା' ନିଜ ଝିଅଙ୍କୁ କିଛି ବି ବୁଝାଇପାରିବେ ପାରିବେ ଯାହା ବାପା କରିପାରିବେ ନାହିଁ । ସେହିଭଳି ପୁଅମାନଙ୍କ କ୍ଷେତ୍ରରେ ମଧ୍ୟ ବାପା ହିଁ କିଛି ଶିକ୍ଷା ଦେଇପାରିବେ । ଯାହା ବିଷୟରେ ମା' ଅଧିକ ଜାଣନ୍ତି ନାହିଁ ।
ଜାଣନ୍ତୁ, କେଉଁ ଶିକ୍ଷା ଗୁଡ଼ିକ ଯାହା ପୁଅମାନେ କେବଳ ବାପାଙ୍କ ଠାରୁ ହିଁ ଶିଖି ପାରିବେ...
ପୁଅର ଆଦର୍ଶ...
ପ୍ରତ୍ୟେକ ପୁଅଙ୍କ ପାଇଁ ତାଙ୍କ ବାପା ସର୍ବୋତ୍ତମ ଆଦର୍ଶ । ଜାଣିଶୁଣି ହେଉ କିମ୍ବା ଅଜାଣତରେ, ଅଧିକାଂଶ ଜିନିଷ ପୁଅମାନେ ବାପାଙ୍କୁ ଅନୁସରଣ କରିଥାନ୍ତି ଏବଂ ତାଙ୍କର ଭଲ ଏବଂ ଖରାପ ଅଭ୍ୟାସ ଗ୍ରହଣ କରଥାନ୍ତି । ତେଣୁ, ନିଜ ପିଲାମାନଙ୍କ ସାମ୍ନାରେ ସଠିକ୍ ଆଚରଣ କରିବା ଏବଂ ଏକ ସକରାତ୍ମକ ଭାବମୂର୍ତ୍ତି ଉପସ୍ଥାପନ କରିବା ପ୍ରତ୍ୟେକ ବାପାଙ୍କ ଦାୟିତ୍ବ ।
ମହିଳାଙ୍କୁ ସମ୍ମାନ:
ବାପା ନିଜ ପୁଅ ସାମ୍ନାରେ ଜଣେ ମହିଳାଙ୍କ ସହିତ କିପରି ବ୍ୟବହାର କରେ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ପୁଅ ନିଜ ବାପାଙ୍କ ଠାରୁ ମହିଳାଙ୍କ ସହ କିପରି ବ୍ୟବହାର କରିବେ ଏବଂ ସେମାନଙ୍କୁ କିପରି ସମ୍ମାନ କରିବେ ଶିଖିଥାନ୍ତି । ପୁଅ ନିଜ ଦାମ୍ପତ୍ୟ ଜୀବନରେ ନିଜ ପତ୍ନୀଙ୍କ ସହ କିପରି ବ୍ୟବହାର କରିବ ? ସେ କିପରି ତାଙ୍କ ଭଉଣୀ, ଭଉଣୀର ବନ୍ଧୁ ଏବଂ ଅନ୍ୟ ମହିଳାମାନଙ୍କ ସହ ଆଚରଣ କରିବେ, ଏହି ସବୁକିଛି ସେ ପିତାଙ୍କ ବ୍ୟବହାରରୁ ହିଁ ଶିଖିଥାନ୍ତି ।
ନିଜ ଦାୟିତ୍ୱକୁ ବୁଝିବା:
କେମିତି ବଞ୍ଚିବେ, କେମିତି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବେ ଏସବୁ ମଧ୍ୟ ପୁଅ ବାପାଙ୍କ ଠାରୁ ହିଁ ଶିଖିଥାଏ । ଘରର ଛୋଟ ସମସ୍ୟାରୁ ଆରମ୍ଭ କରି ବଡ ସମସ୍ୟା ପର୍ଯ୍ୟନ୍ତ ବାପା କିପରି ସମାଧାନ କରନ୍ତି କିପରି ସମାଧାନ କରନ୍ତି ଏସବୁ କିଛି ଶିଖିବାକୁ ମିଳିଥାଏ ।
ସଂଘର୍ଷ ଓ ଆତ୍ମସମ୍ମାନ ସହ ବଞ୍ଚିବାକୁ ଶିଖ:
ନିଜ ଆତ୍ମସମ୍ମାନ ରକ୍ଷା ସହ କିପରି ଭାବେ ପୁରା ପରିବାରକୁ ସମ୍ମାନ ଜୀବନ ଦିଆଯାଇପାରିବ ? ଏସବୁ ପୁଅମାନେ ନିଜ ପିତାଙ୍କଠାରୁ ହିଁ ଶିଖନ୍ତି ଯେ ସେମାନେ କିପରି ବିନା ଭୟ ଓ ବିନା ଅସୁବିଧାର ସମ୍ମୁଖୀନ ହେବେ ।