naisadi Logo
ଆଜିକାଲି ବ୍ୟସ୍ତ ଜୀବନରେ ଖାଇବା ପିଇବାରେ ଏପଟ ସେପଟ ଯୋଗୁ ଅନେକ ପେଟ ସମ୍ବଦ୍ଧୀୟ ଅନେକ ପ୍ରକାର ରୋଗ ବାହାରିଥାଏ । ଏସିଡିଟି/ଗ୍ୟାସ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କିଛି ଖରାପ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦେଖା ଦେଇଥାଏ। ଏପରି ଲାଗେ ସତେ ଯେମିତି ପେଟ ଭିତରେ ନିଆଁ ଲାଗି ଯାଇଛି।| କାହିଁକି ନା ସେହି ସମୟରେ ପେଟ ଏକ ପ୍ରକାର ଜଳାପୋଡ଼ା ହୋଇଥାଏ।

ବାସ୍ତବରେ, ଏସିଡିଟି ଯୋଗୁ ଅମ୍ଳୀୟ ଗ୍ୟାସ୍ ପେଟରୁ ବାହାରି ଥାଏ ଯେଉଁଥିପାଇଁ ଛାତିରେ ଜଳାପୋଡ଼ା ହୋଇଥାଏ। ଏସିଡିଟି ଦୂର କରିବା ପାଇଁ ଔଷଧ ଖାଇବା ପରିବର୍ତ୍ତେ, ଘରୋଇ ଉପଚାର ମଧ୍ୟ କରିପାରିବେ। 

ଆମେ ଏଠାରେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବା ଯାହା ଏସିଡ଼ିଟି ଦୂର କରିବାରେ  ସହାୟକ ହୋଇପାରିବ…

କଦଳୀ-  ଏସିଡିଟି ହେଲେ କଦଳୀ ଖାଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ । କଦଳୀରେ ଫାଇବର ଥାଏ, ଯାହାକି ଏସିଡିଟି ହ୍ରାସ କରିବାରେ ସହାୟକ ହୋଇଥାଏ| କଦଳୀ ବ୍ୟତୀତ ତରଭୁଜ ମଧ୍ୟ ଖାଇ ପାରିବେ ।

ବାଦାମ- ବାଦାମରେ ଫାଇବର ମାତ୍ରା ରହିଛି, ଯାହା ଏସିଡିଟି ହ୍ରାସ କରିବାରେ ସହାୟକ ହୋଇଥାଏ। ବାଦାମ ଏସିଡ୍ ଶୋଷିବା ପାଇଁ କାର୍ଯ୍ୟ କରିଥାଏ, ଯାହା ହୃଦଘାତର ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ ।

ପୁଦିନା ପତ୍ର - ପୁଦିନା ପତ୍ର ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ। ପୁଦିନା ପତ୍ର ଶରୀରରେ ଏସିଡିଟି ହ୍ରାସ କରିଥାଏ ।  ଏସିଡିଟି ଯୋଗୁ ପେଟ ଓ ଛାତି ଯେଉଁ ଜଳାପୋଡ଼ା ହୋଇଥାଏ ପୁଦିନା ପତ୍ର ଖାଇବା ଦ୍ୱାରା ଏହା ଭଲ ହୋଇଥାଏ ।

ଘୋଳଦହି- ଏସିଡିଟି ହେଲେ ଆପଣ ଘୋଳଦହି ପିଇ ପାରିବେ । ଘୋଳଦହି ପିଇବା ଦ୍ୱାରା ଏସିଡିଟିରୁ ମୁକ୍ତି ମିଳିଥାଏ । 

ଅଦା - ଅଦା ଏସିଡିଟି ପାଇଁ  ଲାଭଦାୟକ । ଅଦା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ । ଏସିଡିଟି କାରଣରୁ ପେଟ ଯନ୍ତ୍ରଣା ଦୂର କରିବାରେ ଅଦା ସହାୟକ ହୋଇଥାଏ।

ପାଚିଲା ଅମୃତଭଣ୍ଡା - ପାଚିଲା ଅମୃତଭଣ୍ଡାରେ ପ୍ରାକୃତିକ ଏନଜାଇମ୍ ପପାଇନ ଥାଏ। ଯାହା ହଜମ ପାଇଁ ଲାଭଦାୟକ । ଏହା ଖାଇବା ଦ୍ୱାରା ପେଟର pH ସ୍ୱାଭାବିକ ହୁଏ। ଏହା ଏସିଡିଟି ସମସ୍ୟାକୁ ହ୍ରାସ କରିଥାଏ ଏବଂ ପେଟରେ ହେଉଥିବା ଜଳାପୋଡ଼ାରୁ ମୁକ୍ତି ଦେଇଥାଏ।

5379487