naisadi Logo
ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ। ଫିଟ୍ ରହିବାକୁ ହେଲେ ଚାଲିବା ପାଇଁ ପରାମର୍ଶ ଦିଆଯାଇଥାଏ। ସବୁବେଳେ ଚାଲିବା ଦ୍ୱାରା ହଜମ

ଚାଲିବା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ। ଫିଟ୍ ରହିବାକୁ ହେଲେ ଚାଲିବା ପାଇଁ ପରାମର୍ଶ ଦିଆଯାଇଥାଏ। ସବୁବେଳେ ଚାଲିବା ଦ୍ୱାରା ହଜମ

ପ୍ରକ୍ରିୟା ଭଲ ରହିବା ସହ ରକ୍ତଚାପ ଓ ସୁଗାରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। | 
କିନ୍ତୁ, ଅଧିକ ଚାଲିବା ବେଳେବେଳେ ଲାଭ ବଦଳରେ କ୍ଷତି ଘଟାଇପାରେ।  ଯଦି ଆପଣ ଶରୀରର କ୍ଷମତାଠାରୁ ଅଧିକ ଚାଲୁଛନ୍ତି, ତା'ହେଲେ
ଶରୀରରେ ସମସ୍ୟା ଦେଖା ଦେଇଇପାରେ । 

ଅଧିକ ଚାଲିବା ଦ୍ୱାରା ଏହିସବୁ ଅସୁବିଧା ହୋଇଥାଏ...

ମାଂସପେଶୀର ସଂପ୍ରସାରଣ - ଶରୀରର ନିଜସ୍ୱ କ୍ଷମତା ରହିଛି ଓ ଚାଲିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।  ଯଦି ଶୀଘ୍ର ଫିଟ୍ ହେବାକୁ ଚାହୁଁଛନ୍ତି, ତା'ହେଲେ ଶରୀରର କ୍ଷମତାଠାରୁ ଅଧିକ
ଚାଲିବା ଦ୍ୱାରା ଏହା ମାଂସପେଶୀ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। 

ଆଣ୍ଠୁଗଣ୍ଠି ସମସ୍ୟା - ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକଙ୍କ ପାଇଁ ଅଧିକ ଚାଲିବା ଏକ ସମସ୍ୟା ହୋଇପାରେ ।  ଅତ୍ୟଧିକ ଚାଲିବା କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଆହୁରି
ବଢ଼ିଥାଏ। ବିଶେଷ କରି ବୃଦ୍ଧ ଲୋକମାନେ ଅଧିକ ଚାଲିବା ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍। ନଚେତ୍ ସେମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା
ଆହୁରି ବଢ଼ିପାରେ। 

ଥକ୍କା ଲାଗିବା- ଅଧିକ ଚାଲିବା ଦ୍ୱାରା କ୍ଲାନ୍ତ ଅନୁଭବ ହୋଇଥାଏ।  ଓଜନ ହ୍ରାସ କରିବାକୁ, ଅନେକ ଲୋକ ଆବଶ୍ୟକତାଠାରୁ ଅଧିକ ଚାଲିଥାନ୍ତି। ହେଲେ
ଏଥିଯୋଗୁ କ୍ଲାନ୍ତ ଅନୁଭବ ହୋଇଥାଏ।  ଚାଲିବା ଦ୍ୱାରା ଶରୀରରେ ଅତ୍ୟଧିକ ଝାଳ ବାହାରିଥାଏ ଏବଂ ଶରୀରରେ ଡିହାଇଡ୍ରେଟ୍ ହୋଇପାରେ ।  ଯଦି ଖରାଦିନେ ଅଧିକ ଚାଲନ୍ତି, ତେବେ ଏହା ଶରୀର ପାଇଁ ଅଧିକ କ୍ଷତି ପହଞ୍ଚାଇପାରେ ।

5379487