ବ୍ରେକଫାଷ୍ଟରେ ଅଧିକାଂଶ ଲୋକ ବ୍ରେଡ(ପାଉଁରୁଟି) ଖାଇଥାନ୍ତି । କାରଣ ଅଧିକାଂଶ ଲୋକଙ୍କୁ ଏହା ଖାଇବାକୁ ଭଲଲାଗେ । ହେଲେ କେବେ ଭାବିଛନ୍ତି ଆମେ ଖାଉଥିବା ବ୍ରେଡ ଆମ ଶରୀର ପାଇଁ କେତେ ଭଲ ? ଜାଣତରେ ହେଉକି ଅଜାଣତରେ ଆମେ ବ୍ରେଡ ଖାଇ ନିଜ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ପହଞ୍ଚାଇ ଥାଉ । ବ୍ରେଡ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ ଏହା ଜାଣିବା ଜରୁରୀ । ଅତି ସହଜରେ ଆପଣ ଏହାର କ୍ୱାଲିଟି ବିଷୟରେ ଜାଣିପାରିବେ ।
କେମିତି ଜାଣିବେ ଖାଉଥିବା ବ୍ରେଡ ସ୍ୱାସ୍ଥ୍ୟ ପାଇଁ ଭଲ କି ନୁହେଁ....
- ବ୍ରେଡ କିଣିବା ସମୟରେ ପ୍ୟାକେଟ ଉପରେ ଲାଗିଥିବା ଲେବଲ ଉପରେ ନିଶ୍ଚିତ ଭାବେ ନଜର ପକାନ୍ତୁ
- ଏହାଦ୍ୱାରା ଆପଣ ଜାଣିପାରିବେ ଏଥିରେ ଅଧିକ ଚିନି ମିଶା ଯାଇଛି କି ନାହିଁ
- ଏକ ରିପୋର୍ଟ ଅନୁସାରେ, ବ୍ରେଡର ଏକ ସ୍ଲାଇସରେ 100-200 ମିଲିଗ୍ରାମ ସୋଡିୟମ ରହିବା ଉଚିତ ନୁହେଁ
- ଆମେ ବିଭିନ୍ନ ପ୍ରକାରର ବ୍ରେଡ ଖାଇ ଥାଉ ଯେପରିକି ବ୍ରାଉନ ବ୍ରେଡ ଇତ୍ୟାଦି । ଆମେ ଭାବି ଥାଉ କି ଏହା ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ । ହେଲେ ଆମେ ଜାଣି ନଥାଉ କି ଫ୍ୟାକ୍ଟ୍ରିରେ ଏହାକୁ ପ୍ରସ୍ତୁତ କରିଲାବେଳେ ଗହମ ଅଟା ସହ ଅନ୍ୟ ଅଟା ମଧ୍ୟ ମିଶାଇଥାନ୍ତି । ଏଥିପାଇଁ ଏହା କରାଯାଏ, ଫଳରେ ଏହା ଆହୁରି ଅଧିକ ସ୍ୱାଦିଷ୍ଟ ହେବ । ତେଣୁ ବ୍ରେଡ କିଣିଲାବେଳେ ଏହାର ଲେବଲ ଦେଖିବା ନିହାତି ଜରୁରୀ ।
- ଖାଲି ଏତିକି ନୁହେଁ ପ୍ୟାକେଟ ଉପରେ ଲେଖା ଯାଇଥିବା ତାରିଖ ଭିତରେ ହିଁ ଏହାକୁ ଖାଇବା ଜରୁରୀ. ଏକ୍ସପାଏରୀ ଡେଟ ପରେ ଖାଇଲେ ହୁଏତ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ ।
- ପ୍ୟାକେଟରେ ଲେଖାଥିବା ଫାଇବରର ମାତ୍ରା ମଧ୍ୟ ଦେଖିବା ଜରୁରୀ
ତେଣୁ ଯେତେବେଳେ ବି ଆପଣ ବ୍ରେଡ କିଣୁଛନ୍ତି ଏହା ଆପଣଙ୍କୁ ଫ୍ରେଶ ଲାଗିଲେ ମଧ୍ୟ ଭଲ ଭାବେ ପ୍ୟାକେଟ ଉପରେ ଲେଖା ହୋଇଥିବା ଲେବଲ ଓ ଏକ୍ସପାଏରୀ ଡେଟ ଦେଖି ଏହାକୁ କିଣନ୍ତୁ ।