ଆଜିକାଲିର ଯୁଗ ହେଉଛି ସୋସିଆଲ ମିଡିଆ ଏବଂ ରିଲର ଯୁଗ । ଆଉ ଏଥିପାଇଁ ଲୋକମାନେ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ବି ଦେଖିବାକୁ ମିଳିଛି, ଲୋକମାନେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ଦୁଇ ମହିଳା ଏପରି କିଛି କାମ କରି ଭାଇରାଲ ହୋଇଛନ୍ତି । ଉତ୍ତରପ୍ରଦେଶ ଗାଜିଆବାଦର ଏହି ଭିଡିଓ ହୋଇଥିବାବେଳେ ଦୁଇ ମହିଳା ବିଳମ୍ବିତ ରାତିରେ ମହିନ୍ଦ୍ରା ଥର ଏସୟୁଭିରେ ଯାଉଥିବା ଦେଖିବାକୁ ମିଳିଛି ।

ଏହି ସମୟରେ, ସାମ୍ନାରେ ବସିଥିବା ଜଣେ ମହିଳା ଚଳନ୍ତା ଗାଡ଼ିରେ ଗୀତ ବଜାଇ ଡ୍ୟାନ୍ସ କରୁଛନ୍ତି । ଏହାପରେ ଗାଡ଼ି ଚଳାଉଥିବା ଅନ୍ୟ ଜଣେ ମହିଳା ମଧ୍ୟ ଷ୍ଟିଅରିଂକୁ ଛାଡି ନାଚିବା ଆରମ୍ଭ କରିଥିଲେ । କେହି ଜଣେ ପଛ ସିଟରୁ ସେମାନଙ୍କ ଭିଡିଓ କରିଥିଲେ ଓ ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓଟିକୁ @Nishantjoyrnali ନାମକ ଏକ ID ସହ X ରେ ସେୟାର କରାଯାଇଛି ଓ କ୍ୟାପସନରେ ଲେଖାଯାଇଛି - ସେ ନିଜେ ମରିବେ ଓ ଅନ୍ୟମାନଙ୍କୁ ମଧ୍ୟ ମାରିବେ । ଏହି SUV ଗାଡ଼ି ଗାଜିଆବାଦ ଏବଂ ଦିଲ୍ଲୀକୁ ସଂଯୋଗ କରୁଥିବା NH9 ରେ ଚାଲୁଥିଲା ।
ଭିଡିଓ ଭାଇରାଲ ପରେ ତୁରନ୍ତ ଉତ୍ତରପ୍ରଦେଶ ପୋଲିସ ଗାଜିଆବାଦ ପୋଲିସକୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି।