ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। ଉଦାହରଣ ସ୍ୱରୂପ, ଘରର ଉତ୍ତର ଦିଗକୁ ଧନର ଦେବୀ ମା ଲକ୍ଷ୍ମୀ ଓ ଭଗବାନ କୁବେରଙ୍କ ବାସସ୍ଥାନ ଭାବରେ ବିବେଚନା କରାଯାଏ। ଧାର୍ମିକ ଶାସ୍ତ୍ର ଅନୁସାରେ, କିଛି ଜିନିଷକୁ ଉତ୍ତର ଦିଗରେ ରଖିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି ଆମେ ସେହି ଜିନିଷଗୁଡ଼ିକୁ ଭୁଲରେ ମଧ୍ୟ ଏହି ଦିଗରେ ରଖୁ, ତା'ହେଲେ କିଛି ଅଘଟଣ ଘଟିପାରେ ।


ଜାଣନ୍ତୁ, ଏହି ଜିନିଷ ଗୁଡ଼ିକ କଣ ସବୁ...
ଜୋତା ଏବଂ ଚପଲକୁ ଉତ୍ତର ଦିଗରେ ରଖନ୍ତୁ ନାହିଁ...

ବାସ୍ତୁଶାସ୍ତ୍ର ଅନୁସାରେ, ମା ଲକ୍ଷ୍ମୀ ଏବଂ କୁବେର ଦେବ ଘରର ଉତ୍ତର ଦିଗରେ ରୁହନ୍ତି। ତେଣୁ, ଜୋତା ଏବଂ ଚପଲକୁ ଭୁଲରେ ମଧ୍ୟ ଏହି ସ୍ଥାନରେ ରଖିବା ଉଚିତ୍ ନୁହେଁ । ଏହି ଦିଗରେ ଜୋତା ଏବଂ ଚପଲ ରଖିବା ଅର୍ଥ ଦେବାଦେବୀଙ୍କୁ ଅସମ୍ମାନ ବୋଲି ବିବେଚନା
କରାଯାଏ । ଏହାକୁ ନମାନି ଯଦି ଆପଣ ଏପରି କରନ୍ତି ତାହେଲେ ଆପଣ ଆର୍ଥିକ କ୍ଷତି ସହିପାରନ୍ତି ।


ଉତ୍ତର ଦିଗରେ ଅଳିଆବର୍ଜନା ରଖନ୍ତୁ ନାହିଁ...
ବାସ୍ତୁଶାସ୍ତ୍ର ଅନୁସାରେ, ଭୁଲରେ ମଧ୍ୟ ଘରର ଉତ୍ତର ଦିଗରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ। କୁହାଯାଏ ଯେ, ମା ଲକ୍ଷ୍ମୀ ସେଇମାନଙ୍କୁ କେବଳ ଆଶୀର୍ବାଦ ପ୍ରଦାନ କରିଥାନ୍ତି ଯେଉଁଠାରେ ସ୍ୱଚ୍ଛତା ଥାଏ । ଏହାସତ୍ତ୍ୱେ ଆପଣ ଯଦି ଏପରି ଭୁଲ୍ କରନ୍ତି,
ତାହେଲେ ଆପଣଙ୍କ ଜୀବନରେ ଅନେକ ଅସୁବିଧା ଦେଖାଦେଇପାରେ | ଆର୍ଥିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ।