1. ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଲେ ବିରୋଧୀ ଦଳ ନେତା ନେତା ନବୀନ ପଟ୍ଟନୟକ । ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ବାଣ୍ଟିଛନ୍ତି ।
     
  2. ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଶ୍ରମିକଙ୍କ ମରଶରୀର ମୁମ୍ବାଇରୁ ଫେରିଛି । ଆମ୍ବୁଲାନ୍ସ ଯୋଗେ ଜନ୍ମମାଟି ବାଲେଶ୍ବର ଜିଲ୍ଲା ସାହାପୁର ଗାଁରେ ମୃତ ମୁରଲୀଧର ମହାକୁଡଙ୍କ ମରଶରୀର ପହଞ୍ଚିଛି । ଅର୍ଥାଭାବ ଯୋଗୁ ମୁମ୍ବାଇରୁ ମୁରଲୀଙ୍କ ମରଶରୀର ତାଙ୍କ ପରିବାର ଲୋକ ଆଣିବା ପାରୁନଥିଲେ ।
     
  3. କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ ସର୍ଜନ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ମଧ୍ୟରେ ଏହି ବିବାଦ ଉପୁଜିଛି । କାର୍ଯ୍ୟବନ୍ଦ ଯୋଗୁ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।
     
  4. ରାଜ୍ୟର ଅନ୍ୟୁନ ୧୦ଟି ହାଇସ୍କୁଲ ଚଳିତ ବର୍ଷ ହାୟର୍ ସେକେଣ୍ଡାରୀ ସ୍କୁଲକୁ ଉନ୍ନୀତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
     
  5. ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୭ ଦିନ ଯାଏ ଓଡ଼ିଶାରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।