- ରତ୍ନଭଣ୍ଡାରରେ ରହିଛି କି ସୁଡ଼ଙ୍ଗ ? ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇ ଥିବାବେଳେ, ଆଜି ସକାଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏସବୁ ଭିତରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ରହିଛି କି ? ଏନେଇ ଚର୍ଚ୍ଚା ଜୋର ଧରିଛି।
- ବନ୍ଦ ହେବନି ଆହାର ଯୋଜନା । ଆହାର ପ୍ରତି ଲୋକଙ୍କ ଆଗ୍ରହ ଅଛି, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି । କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ପରିଦର୍ଶନ ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ଏତଲା ଦେଇଛି। ନବୀନଙ୍କ ସହ ଦଳର ୬ ନେତା, ପୂର୍ତ୍ତ ସଚିବଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି। ପ୍ରତିଶ୍ରୁତି ସତ୍ତ୍ବେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି ।
- କଟକରେ ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା'ପତି କାରଖାନା ଠାବ ହୋଇଛି। ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା'ପତି କାରଖାନାକୁ ଚମକ ଠାବ କରିଛି। ବିପୁଳ ଚା'ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର, ଲେବଲ୍ ଜବତ ହୋଇଛି ।
- ଯାଜପୁର ଧର୍ମଶାଳାର ବିଭିନ୍ନ ଖଣି ଓ ପଥର ଖାଦାନ ଉପରେ ଖଣି ବିଭାଗ ଚଢ଼ାଉ କରିଛି। ଆଜି ଧର୍ମଶାଳାରେ ଏକ ବଡ଼ ଧରଣର ରେଡ୍ ହୋଇଛି। ଯେଉଁଥିରେ ଲୁଣିବର, ଚଢ଼େଇଧରା, ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଚଢ଼ାଉ ହୋଇଛି।
- ଓଡିଆ ଅସ୍ମିତାକୁ ନେଇ ବିଜେପି ସରକାରକୁ ବିଜେଡି ଟାର୍ଗେଟ କରିଛି । ରାଜ୍ୟପାଳଙ୍କ ପୁଅ ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦଳ ଦାବି କରିଛି। ଏଥିପାଇଁ ବିଜେଡି ଯୁବ ଛାତ୍ର ସଂଗଠନ ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ।
- କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨ ଦିନରେ ଘନୀଭୂତ ହୋଇ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବ ।
- ବିଜେଡିର ଛାୟା କ୍ୟାବିନେଟ୍କୁ ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଖୁସି। ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ଆମକୁ ଜଗନ୍ତୁ । ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ଡରିବୁ କାହିଁକି ?
- ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀ ସଂପୂର୍ଣ୍ଣ ବାରଣ କରାଯାଇଛି । ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।