ଯେକୌଣସି ଖାଦ୍ୟ ରୋଷେଇ କରନ୍ତୁ, କିନ୍ତୁ ବିନା ହଳଦୀରେ ସେ ଖାଦ୍ୟ ପାଟିକୁ ସୁଆଦିଆ ଲାଗେ ନାହିଁ। ସତେ ଯେମିତି ଏହା ବିନା ରୋଷେଇ ଅଧୁରା ଲାଗେ ।

ହଳଦୀର ବିଶେଷତ୍ୱ ​​ହେଉଛି ଏହା ଖାଦ୍ୟର ରଙ୍ଗ ଏବଂ ସ୍ୱାଦକୁ ଦ୍ୱିଗୁଣିତ କରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।

ହେଲେ ଆପଣ ଜାଣନ୍ତି କି ଏହି ହଳଦୀ ଆପଣଙ୍କ କେଶ ପାଇଁ କେତେ ଲାଭଦାୟକ ହୋଇପାରେ ? କେଶକୁ ମଜବୁତ କରିବା ଠାରୁ ଆରମ୍ଭ କରି ତ୍ୱଚାକୁ ଚମକ ଦେବା ପର୍ଯ୍ୟନ୍ତ ହଳଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ... 

ଯଦି ଅଧିକ କେଶ ଉପୁଡୁଛି ତା'ହେଲେ ଆପଣ ହଳଦୀରେ ପ୍ରସ୍ତୁତ ହେୟାର ମାସ୍କ ଲଗାଇ ପାରିବେ | 

ଏହି ହେୟାର ମାସ୍କ କିପରି ପ୍ରସ୍ତୁତ କରିବେ, ଆସନ୍ତୁ ଜାଣିବା...

ହଳଦୀ ଓ ଦହି ହେୟାର ମାସ୍କ: ହଳଦୀ ପାଉଡରକୁ ଦହି କିମ୍ବା ନଡିଆ ତେଲ ସହ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ କେଶ ଏବଂ ତ୍ୱଚାରେ ଲଗାଇ, 20-30 ମିନିଟ୍ ପାଇଁ ଛାଡି ଦିଅନ୍ତୁ. ପରେ ଭଲ ଭାବରେ ଧୋଇ ଦିଅନ୍ତୁ  ।

ହଳଦୀ ଓ ମହୁ: ହଳଦୀ ପାଉଡରକୁ ମହୁ ସହ ମିଶାଇ ଏକ ମାସ୍କ ତିଆରି କରନ୍ତୁ । ଯାହା ଆପଣଙ୍କ କେଶରେ ଚମକ ଆଣିବାରେ ସହାୟକ ହୋଇଥାଏ । କେଶକୁ ଧୋଇବା ପୂର୍ବରୁ ପ୍ରସ୍ତୁତ ମାସ୍କ ଲଗାଇ 15-20 ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ହଳଦୀ ଓ ହେୟାର ଅଏଲ: ହଳଦୀ ପାଉଡରକୁ ନଡିଆ କିମ୍ବା ବାଦାମ  ତେଲ ସହ ମିଶାଇ ହଳଦୀର ଏକ ତେଲ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାଇ ସାରାରାତି ଏପରି ରଖନ୍ତୁ ।

ହଳଦୀ ଓ ଏଲୋଭେରା: ହଳଦୀ ପାଉଡରକୁ ଏଲୋଭେରା ଜେଲ ସହ ମିଶାଇ ହେୟାର ମାସ୍କ ତିଆରି କରନ୍ତୁ । ଯାହା ତ୍ୱଚା ସମସ୍ୟାରେ ମଧ୍ୟ ସାହାଯ୍ୟ କରିଥାଏ  ।

କେଶ ପାଇଁ ହଳଦୀ ପାଉଡରର ଉପକାର…

ଏହାର ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ସମସ୍ୟାରୁ ମୁକ୍ତି ଦେଇଥାଏ 
ହଳଦୀ କେଶକୁ ମଜବୁତ କରେ

ବି.ଦ୍ର: ଉପରୋକ୍ତ ଜିନିଷ କେବଳ ତଥ୍ୟ ପ୍ରଦାନ କରିଥାଏ । ଅଧିକ ସୂଚନା ପାଇଁ  ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।