ବର୍ଷା ଦିନେ ହିଲ ଷ୍ଟେସନରେ ଛୁଟି କାଟିବାର ମଜା ନିଆରା । ମହାରାଷ୍ଟ୍ର ସ୍ଥିତ ଖଣ୍ଡାଲା ଏପରି ଏକ ହିଲ ଷ୍ଟେସନ ଯାହା ବେଶ୍
ଲୋକପ୍ରିୟ ସ୍ଥାନ। ମୁମ୍ବାଇରେ ରହୁଥିବା ବହୁ ଲୋକ ଛୁଟି ଦିନରେ ଖଣ୍ଡାଲା ବୁଲିବାକୁ ପସନ୍ଦ କରନ୍ତି । ଏଥିସହ, ଯଦି ଆପଣ ପ୍ରଥମ
ଥର ପାଇଁ ଖଣ୍ଡାଲା ବୁଲିବାକୁ ଯୋଜନା କରୁଛନ୍ତି, ତା'ହେଲେ ଏହି 5ଟି ସ୍ଥାନ ନିଶ୍ଚିତ ଭାବେ ବୁଲିବାକୁ ଯାଆନ୍ତୁ | ପରିବାର ସହ ଏଠାରେ
ଭ୍ରମଣ କରିବା ଆପଣଙ୍କ ପାଇଁ ସ୍ମରଣୀୟ ହୋଇପାରେ।

କାର୍ଲା ଗୁମ୍ଫା:
ଏହି ପ୍ରାଚୀନ ବୌଦ୍ଧ ଗୁମ୍ଫା ଗୁଡ଼ିକ ଖ୍ରୀଷ୍ଟପୂର୍ବ ୨ୟ ଏବଂ 5ମ ଶତାବ୍ଦୀର। ଏହି ଗୁମ୍ଫା ଗୁଡ଼ିକରେ ଅନେକ ମୂର୍ତ୍ତି ରହିଛି ଯାହା
ବୌଦ୍ଧ ଧର୍ମର ଇତିହାସକୁ ଦର୍ଶାଇଥାଏ। ଏହି ଗୁମ୍ଫା ସବୁ ପାହାଡର ଶୀର୍ଷରେ ରହିଛି. ଏହା ପାଖରେ ପହଞ୍ଚିବାକୁ ହେଲେ ଆପଣଙ୍କୁ
300 ରୁ ଅଧିକ ପାହାଚ ଚଢ଼ିବାକୁ ହେବ ।

ଭୋର ଘାଟ:
ଏହା ଏକ ସୁନ୍ଦର ଘାଟି ଓ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ଏଠାରେ ଟ୍ରେକିଂ, କ୍ୟାମ୍ପିଂ ଇତ୍ୟାଦିର ମଜା ନେଇ ପାରିବେ |
ଏଠାରେ ଆପଣ ଅନେକ ଜଳପ୍ରପାତ ଏବଂ ନଦୀ ମଧ୍ୟ ଦେଖିବେ । ଯେଉଁମାନେ ଦୁଃସାହସିକ କାର୍ଯ୍ୟକୁ ପସନ୍ଦ କରନ୍ତି ସେମାନଙ୍କ
ପାଇଁ ଏହି ସ୍ଥାନ ବହୁତ ଭଲ ।

ଲୋନାଭାଲା ହ୍ରଦ:
ଏହା ଏକ ମନୁଷ୍ୟକୃତ ହ୍ରଦ। ଯାହାକି ବୋଟିଂ ଓ ପିକନିକ୍ ପାଇଁ ବେଶ ଲୋକପ୍ରିୟ । ଏଠାରେ ପାହାଡ଼ ଗୁଡିକର ଚମତ୍କାର ଦୃଶ୍ୟ
ଦେଖିପାରିବେ । ଏହାସହ ବୋଟିଂର ଡଙ୍ଗା ମଜା ଉଠାଇପାରିବେ ଓ ପିକନିକ୍ କରିପାରିବେ । ଯେଉଁମାନେ ପ୍ରକୃତିକୁ ଉପଭୋଗ କରିବାକୁ
ଚାହୁଁଛନ୍ତି ସେମାନଙ୍କୁ ଏହି ସ୍ଥାନ ବେଶ ଭଲ ଲାଗିବ ।

ଦୁଧସାଗର ଜଳପ୍ରପାତ:
ଭାରତର ସର୍ବୋଚ୍ଚ ଜଳପ୍ରପାତ ମଧ୍ୟରୁ ଏହା ଅନ୍ୟତମ । ଆପଣ ଟ୍ରେକିଂ କରିକି କିମ୍ବା ଟ୍ରେନ୍ ଯୋଗେ ଏଠାରେ ପହଞ୍ଚି ପାରିବେ
। ଜଳପ୍ରପାତର ଦୃଶ୍ୟ ଆକର୍ଷଣୀୟ ହୋଇଥିବାବେଳେ ଏଠାକାର ପରିବେଶ ଅତ୍ୟନ୍ତ ମନୋରମ । ପ୍ରକୃତି ପ୍ରେମୀ ଏବଂ ଦୁଃସାହସିକ
କାର୍ଯ୍ୟକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ଏହି ସ୍ଥାନ ବେଶ ଭଲ ଲାଗିବ ।

ରାୟଗଡ଼ ଦୁର୍ଗ:
ଏହି ଐତିହାସିକ ଦୁର୍ଗ ଛତ୍ରପତି ଶିବାଜୀ ମହାରାଜାଙ୍କ ରାଜଧାନୀ ଥିଲା । ଦୁର୍ଗରେ ପହଞ୍ଚିବା ପାଇଁ ଆପଣଙ୍କୁ କିଛି ବାଟ ଚାଲିବାକୁ
ପଡିବ । । ଯେଉଁମାନେ ପ୍ରକୃତିକୁ ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି ସ୍ଥାନ ବେଶ ଭଲ ଲାଗିବ