ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଦଶମ-ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ରେଲୱେ ନିଯୁକ୍ତି ସେଲ୍ (RRC) 2400ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍- rrccr.com କୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।
RRC Apprentice Recruitment 2024 ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଛି। ଅଗଷ୍ଟ 15 ଅପରାହ୍ନ 5ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ ଅବଧି ପରେ, ଫଳାଫଳ ଘୋଷଣା ପରେ ଡକ୍ୟୁମେଣ୍ଟ ଯାଞ୍ଚ ନେଇ ତାରିଖ ସମ୍ପର୍କରେ ସୂଚନା ଦିଆଯିବ।
RRC Apprentice Recruitment 2024: କେଉଁମାନେ ଆବେଦନ କରିପାରିବ ? ଶିକ୍ଷାଗତ ଯୋଗ୍ୟତା: ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନିଶ୍ଚିତ ଭାବରେ ମାଟ୍ରିକରେ 50%ରେ ପାସ କରିଥିବା ଜରୁରୀ । ଏହାବ୍ୟତୀତ, ନ୍ୟାସନାଲ କାଉନସିଲ୍ ଫର ଭୋକେସନାଲ୍ ଟ୍ରେନିଂ (NCVT) କିମ୍ବା ଷ୍ଟେଟ୍ କାଉନସିଲ୍ ଫର ଭୋକେସନାଲ୍ ଟ୍ରେନିଂ (SCVT) ଦ୍ୱାରା ଜାରି ଏ ସମ୍ବଦ୍ଧିତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ୍ ଥିବା ଆବଶ୍ୟକ ।
ବୟସ ସୀମା: SC / ST ପ୍ରାର୍ଥୀଙ୍କ ବୟସ ସୀମାରେ 5 ବର୍ଷ କୋହଳ କରାଯିବ। ସେହିପରି ଓବିସି ପ୍ରାର୍ଥୀଙ୍କ ବୟସ ସୀମାରେ 3 ବର୍ଷ କୋହଳ କରାଯିବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ବୟସ ସୀମାରେ 10 ବର୍ଷ କୋହଳ କରାଯିବ।
ଆବେଦନ ଫି': ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ 100 ଟଙ୍କା ଫି' ବାବଦରେ ଦେବାକୁ ପଡ଼ିବ. ଯାହାକି ଫେରସ୍ତ ହେବନାହିଁ । SC / ST / PWD ଏବଂ ମହିଳା ପ୍ରାର୍ଥୀଙ୍କୁ କୌଣସି ଫି' ଦେବାକୁ ପଡିବ ନାହିଁ।
RRC Apprentice Recruitment 2024:
ଏମିତି କରନ୍ତୁ ଆବେଦନ...
- RRC ସେଣ୍ଟ୍ରାଲ ରିଜନର ଅଫିସିଆଲ୍ ୱେବସାଇଟ- rrccr.com କୁ ଯାଆନ୍ତୁ
- Apply Online ଲିଙ୍କରେ କ୍ଲିକ୍ କରନ୍ତୁ ।
- ଫର୍ମରେ ପଚରାଯାଇଥିବା ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ
- ଆବଶ୍ୟକ ଡକ୍ୟୁମେଣ୍ଟସ ଏବଂ ପାସପୋର୍ଟ ସାଇଜ୍ ଫଟୋ ଅପଲୋଡ୍ କରନ୍ତୁ
- ଆବେଦନ ଫି' ଭରନ୍ତୁ ଫର୍ମ ଦାଖଲ କରିବା ପରେ ଏହାର ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରିପାରିବେ
କେମିତି ହେବ ଚୟନ:
ବିନା ପରୀକ୍ଷାରେ ଦଶମ ଏବଂ ITI ରେ ମିଳିଥିବା ମାର୍କ ଆଧାରରେ ଚୟନ କରାଯିବ । ଏସବୁ ଆଧାରରେ ଏକ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ । ଲିଷ୍ଟ ଆଧାରରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବ । ତେବେ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।